ବିଜେପି ଛାଡିବେ ବିଦୁସ୍ମିତା ! ଖୁବଶୀଘ୍ର ବିଜେଡିରେ ହେବେ ସାମିଲ

ଭୁବନେଶ୍ବର : ଅଭିନେତ୍ରୀ ବିଦୁସ୍ମିତା ବିଜେପି ଛାଡିପାରନ୍ତି। ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ବିଦୁସ୍ମିତା ଖୁବ୍ଶୀଘ୍ର ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ବିଦୁସ୍ମିତାଙ୍କ ସ୍ୱାମୀ ଅନନ୍ତ କୁମାର ଦାସଙ୍କୁ ୨୦୧୯ରେ ବିଧାୟକ ପ୍ରାର୍ଥୀ କରିଥିଲା ବିଜେପି । ସ୍ୱାମୀଙ୍କ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ ବିଦୁସ୍ମିତା । କିଛି ଦିନ ତଳେ ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ।
ବିଜେପି ପାଇଁ ଅନେକ ସମୟରେ ବିଦୁସ୍ମିତାଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳେ । ଏପରିକି କିଛି ଦିନ ପୂର୍ବେ ବିଜେପି ଦଳୀୟ କାର୍ଯ୍ୟାଳୟରେ ବିଦୁସ୍ମିତା ପହଞ୍ଚିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଭଳି କାମ କରିବେ ବୋଲି କହିଥିଲେ । ଏପରିକି ଦଳ ଯାହା ଦାୟିତ୍ୱ ଦେବ ତାହାକୁ ତୁଲାଇବି ବୋଲି କହିଥିଲେ ବିଦୁସ୍ମିତା । କିନ୍ତୁ ବିଜେପି ଟିକେଟ ନ ମିଳିବା କାରଣରୁ ବିଦୁସ୍ମିତା ଦଳ ଛାଡୁଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ୨୦୧୯ ମାର୍ଚ୍ଚ ୨୯ରେ ବିଜେପିରେ ଯୋଗଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା।