ଦେଶ ବିଦେଶ
ନୂଆ ମୋଡ଼ ନେଲା ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା, ଆତିଶୀ-ସୌରଭଙ୍କ ନାଁ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ନୂଆ ମୋଡ଼ ନେଇଛି। ଜେରା ସମୟରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ଦୁଇ ମନ୍ତ୍ରୀ ସୌରଭ ଭରଦ୍ବାଜ ଏବଂ ଆତିଶୀ ମର୍ଲେନାଙ୍କ ନାମ ନେଇଛନ୍ତି। ପ୍ରଭାରୀ ବିଜୟ ନାୟର ତାଙ୍କୁ ନୁହେଁ, ବରଂ ଆତିଶୀ ଏବଂ ସୌରଭଙ୍କୁ ରିପୋର୍ଟ କରୁଥିଲା ବୋଲି କହିଛନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡିଓ) ପକ୍ଷରୁ ସୋମବାର ରାଉଜ ଆଭିନ୍ୟୁ କୋର୍ଟଙ୍କୁ ଏହି ସୂଚନା ଦିଆଯାଇଛି। ଆଜିର ଏହି ଶୁଣାଣି ସମୟରେ କେଜ୍ରିୱାଲଙ୍କ ସହିତ ଆତିଶୀ ଏବଂ ଭରଦ୍ବାଜ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ଏ ବିଷୟରେ ଉଭୟଙ୍କୁ ପଚରା ଯାଇଥିଲେ ମଧ୍ୟ କିଛି ନ କହି ଚୁପ୍ ରହିଥିଲେ। ଶୁଣାଣି ପରେ କୋର୍ଟ କେଜ୍ରିୱାଲଙ୍କୁ ୧୫ ତାରିଖ ପର୍ଯ୍ୟନ୍ତ ତିହାର ଜେଲ୍କୁ ପଠାଇ ଦେଇଥିଲେ।