ସାଂସଦ ଅପରାଜିତା ଫୁଙ୍କିବେ ଶଙ୍ଖ, ଭୁବନେଶ୍ଵର ହାତେଇବାକୁ ବିଜେଡିର ମାଷ୍ଟର ପ୍ଲାନ୍

ଭୁବନେଶ୍ଵର : ଭୁବନେଶ୍ଵର ବିଜେପି ସାଂସଦ…ବିଜେଡିକୁ ଡେଇଁବେ । ୨୪ ଇଲେକ୍ସନରେ ପଦ୍ମ ଫୁଟେଇବା ବଦଳରେ ଶଙ୍ଖ ଫୁଙ୍ଖିବେ । ଅପରାଜିତା ଷଡଙ୍ଗୀ – ଏ ହେଉଛନ୍ତି ଏମିତି ଜଣେ ନେତ୍ରୀ । ଯିଏ ରାଜ୍ୟ ବିଜେପିରେ ଏବେ କୋଣଠେସା, ଆଉ ଆଗକୁ ୨୪ ଇଲେକ୍ସନ ଆସୁଥିବାରୁ ଚର୍ଚ୍ଚା ହେଉଛି ଅପରାଜିତା କୁଆଡେ ବିଜେଡିକୁ ଡେଇଁବେ ।
ଅପରାଜିତା ବିଜେଡିକୁ ଡେଇଁବାର କାରଣ ବି ଅଛି – ରାଜ୍ୟ ବିଜେପିର ଗୁଡ୍ ବୁକ୍ରେ ଏବେ ବ୍ୟାଡ୍ ଗାର୍ଲ ହେଉଛନ୍ତି ଭୁବନେଶ୍ବରର ସାଂସଦ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କର ହିଟ୍ ଲିଷ୍ଟବି ମ୍ୟାଡାମ ଅପରାଜିତା । ତେଣୁ ୨୪ ଇଲେକ୍ସନର ପୂର୍ବରୁ ଅପରାଜିତା ନବୀନଙ୍କ ଶରଣ ପଶି ବିଜେଡିରେ ସାମିଲ ହେବେ ବୋଲି କଥା ଉଠିଲାଣି।
ଦିନ ଥିଲା ବାବୁ ଶିବିରରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ସେତେବେଳର ଗଣଶିକ୍ଷା ସଚିବ ଆଇଏଏସ ଅପରାଜିତା। ନବୀନଙ୍କ ହାତତଳେ ରହି ପ୍ରତିଟି ଡିସିସନ୍ ନେଉଥିଲେ । ମନ୍ତ୍ରୀଙ୍କୁ ପଛରେ ପକାଇ ନିଜେ ଆଗରେ ରହୁଥିଲେ । ସାରମାନଙ୍କ ଧଳା ସାର୍ଟ ହେଉ କି ଦିଦି ମାନଙ୍କ ଡ୍ରେସ୍ କୋର୍ଡ। ଶିକ୍ଷା ବିଭାଗରେ ସଂସ୍କାର ଅପରାଜିତାଙ୍କୁ ଅପରିଚିତ କରି ରଖିପାରିନଥିଲା। ଓଡ଼ିଶାର ଘରେ ଘରେ ମ୍ୟାଡ୍ମ ଅପରାଜିତା ପରିଚିତ ହୋଇଥିଲେ। ଯାହାର ଫଳ ସ୍ବରୂପ ପ୍ରଶାସନ ଛାଡି ନିର୍ବାଚନ ମୁହାଁ ହୋଇଥିଲେ ଅପରାଜିତା।
୨୦୧୯ ନିର୍ବାଚନ କଥା ଟିମେ ମନେ ପକାନ୍ତୁ। କେନ୍ଦ୍ରରେ ମୋଦୀ ସରକାର। ରାଜ୍ୟରେ ନବୀନ ସରକାର। ନିର୍ବାଚନ ଗଣିତରେଟ୍ଟ. କେନ୍ଦ୍ରରେ କରିସ୍ମା କରୁଥିବା ବିଜେପି ଓଡ଼ିଶାରେ କିନ୍ତୁ ପଛରେ ପଡୁଥିଲା। ଏତିକି ବେଳେ ମୋଦୀଙ୍କ ହାତ ଧରି ବିଜେପିରେ ସାମିଲ ହେଲେ ଅପରାଜିତା ଷଡଙ୍ଗୀ। ରାଜଧାନୀର ରାଜନୀତି ପୋଖରୀରେ ଏୟା ପୂର୍ବରୁ କେବେବି ପଦ୍ମ ଫୁଟିନଥିଲା। ଗଲା ୫ ଟର୍ମ ଧରି ବାବା ପାଟ୍ଟଶାଣୀ ଏହି ଆସନରୁ ଦିଲ୍ଲୀ ଯାଉଥିଲେ। ହେଲେ ୧୯ ନିର୍ବାଚନ କିଛି ଅଲଗା ଥିଲା। ବାବାଙ୍କୁ ବାଦ୍ ଦେଇ ବିଜେଡି ଅରୂପଙ୍କୁ ଟିକେଟ ଦେଇଥିଲା। ଆଉ ବିଜେପିରୁ ଭୁବନେଶ୍ବର ସାଂସଦ ଟିକେଟ ହାତଇେ ଥିଲେ ଅପରାଜିତା। ଗୋଟେ ପଟେ ଆଇଏଏସ ଆଉ ଗୋଟେ ପଟେ ଆଇପିଏସ। କ୍ୟାପିଟାଲ୍ ପଲିଟିକ୍ସରେ ପୂର୍ବରୁ ଏମିତି ଲଢେଇ ବୋଧ ହୁଏ କେବେବି ଦେଖିବାକୁ ମିଳିନଥିଲା। ରାଜଧାନୀର ରାଜନୀତି ରେଜଲ୍ଟ ବି ସମସ୍ତଙ୍କୁ ଚମକାଇଦେଇଥିଲା। ବିଜେଡିର ଗଡରେ ପ୍ରଥମ କରି ଫୁଟିଥିଲା ପଦ୍ମ।
ଆ ଭିତରେ ଦୟାନଦୀ ଆଉ କୁଆଖାଇରେ ଅନେକ ପାଣି ବହିଲାଣି। ରାଜଧାନୀ ରାଜନୀତି ବି କଡ ଲେଉଟାଇଲାଣି। ଭୁବନେଶ୍ବରରେ ବିଜେପି ଯାହାକୁ ନେଇ ୧୯ ଇଲେକ୍ସନ ଜିତିଥିଲା। ସେ ଏବେ ଟିକେଟ ପାଇବେକି ନାହିଁ ସନ୍ଦେହ । ତେଣୁ ରାଜନୀତିରେ ନିଜ କ୍ୟାରିୟର ବଞ୍ଚାଇବାକୁ ବିଜେପି ଛାଡି ଏବେ ଅପରାଜିତା ବିଜେଡିରେ ସାମିଲ ହେବେ ବୋଲି କଥା ଉଠିଛି।
୨୪ ଇଲେକ୍ସନ ଆଗୁଆ ହେବ ବୋଲି କଥା ଉଠିଲାଣି। ୨୪ ନୁହେଁ ବଂର ୨୩ରେ ନିର୍ବାଚନ ଦେଖିପାରେ ଓଡ଼ିଶା। ତେଣୁ ଅନ୍ଦର ମହଲ କଥା ଯଦି ସତ ହୁଏ ତେବେ ଖୁବ୍ ଶୀଘ୍ର ଦଳବଳ ନେଇ ମ୍ୟାଡମ ଅପରାଜିତା ଶଙ୍ଖ ଦଳରେ ସାମିଲ ହୋଇପାରନ୍ତି। ଆଉ ଭୁବନେଶ୍ବରୁ ନିର୍ବାଚନ ଲଢି ବିଜେପିକୁ ଚେକ୍ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।