ରାଜନୀତି

ସୁନନ୍ଦାଙ୍କ ସ୍ବାମୀ କଲେ ବିଗ୍ ଏକ୍ସପୋଜ୍‌ : ନବୀନଙ୍କୁ ହଟାଇ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ, ସେଥିପାଇଁ…..

ଭୁବନେଶ୍ବର : କିଛିଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଗ୍‌ ଏକ୍ସପୋଜ୍‌ କରିଛନ୍ତି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ କହିଛନ୍ତି ନବୀନଙ୍କ ହରାଇବା ପାଇଁ ବିଜେଡିର ଏକ ବଡ଼ ଗୋଷ୍ଠୀ କଣ୍ଟାବାଞ୍ଝି ପଠାଇଥିଲେ। ୨୦୧୯ରେ ସେହି ସିଟରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। ସେଠାରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ଚକ୍ରାନ୍ତ କରି ପ୍ରାର୍ଥୀ କରାଯାଇଥିଲା। ନବୀନ ହାରନ୍ତୁ ବୋଲି ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ନବୀନ ହାରିଥିଲେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏହା ସେମାନଙ୍କର ଚକ୍ରାନ୍ତ ଥିବା କହି ରାଜ୍ୟ ରାଜନୀତିରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି।

ସେପଟେ ବିଜେଡି ଛାଡିଥିବା ସୁନନ୍ଦା ମଧ୍ୟ କହିଛନ୍ତି, ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ । ଏଥିସହ ବବି ଦାସଙ୍କ ଉପରେ ବର୍ଷି ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଶେଷ ସମୟରେ କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି। ତେଣୁ ପ୍ରଭୁ ଜଗନ୍ନାଥ ଯାହା ବିଚାର କରିଛନ୍ତି ମୁଁ ଖୁସି ଅଛି ଓ ତାଙ୍କୁ ଧନ୍ୟବାଦ ଜଣାଇଛି ବୋଲି କହିଛନ୍ତି ସୁନନ୍ଦା ।

ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏହାର ଗୁମର ଖୋଲିଛନ୍ତି ସୁନନ୍ଦା। ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇ ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି। ମୁଁ ମଧ୍ୟ ଟିକେଟ ବଣ୍ଟନର ମାସେ ପୂର୍ବରୁ ସେମାନଙ୍କୁ ଦେଖା କରିଥିବା ବେଳେ ଟିକେଟ ମିଳିବ ବୋଲି ସେମାନେ କହିଥିଲେ। ଯେଉଁଦିନ ଟିକେଟ ବଣ୍ଟା ହେଲା, ରାତିରେ ମୋତେ ଡାକି ବେଷ୍ଟ ଅଫ୍‌ ଲକ୍‌ ବୋଲି କହିଥିଲେ । ମାତ୍ର ସକାଳେ ଟିକେଟରେ ମୋ’ ନାଁ ନ ଥିଲା ବୋଲି କ୍ଷୋଭର ସହ କହିଛନ୍ତି ସୁନନ୍ଦା ।

ଏଥିସହ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ସେ ପ୍ରବଳ ବର୍ଷିଛନ୍ତି । ବବି କହୁଥିଲେ, ମୁଁ ହିଁ ଟିକେଟ ଦେବା ଲୋକ ଓ ମୁଁ ହିଁ ଟିକେଟ କାଟିବା ଲୋକ । ହେଲେ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବି ନାହିଁ। ତେଣୁ ମୋର ଟିକେଟ ମିଳିବା ନେଇ ତାଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା । ହେଲେ ଶେଷ ମୁହୂର୍ତ୍ତରେ ସେ ଟିକେଟ କାଟିଦେଇଥିବା ଅଭିଯୋଗ ଆଣିଛନ୍ତି ସୁନନ୍ଦା।

ସେ କହିଛନ୍ତି, ଟିକେଟ କଟିବା ପରେ ପାଣ୍ଡିଆନ ନବୀନ ନିବାସ ଡାକିଥିବା ବେଳେ ସେଠାକୁ ଯାଇଥିଲି । ସେ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲେନି ବୋଲି ଟିକେଟ କଟିଲା ବୋଲି ସେ କହିଥିଲେ । ଏହାପରେ କଣ୍ଟାବାଞ୍ଜିରେ ପ୍ରଚାର କରିବାକୁ ପଠାଇଥିଲେ। ତେବେ ମନମୁଖୀ ଶାସନ ଓ ମନଇଚ୍ଛା ଟିକେଟ କାଟିବାରୁ ଦଳ ହାରିଲା ବୋଲି କହିଛନ୍ତି ସୁନନ୍ଦା ।

Related Articles

Leave a Reply

Your email address will not be published. Required fields are marked *

Back to top button