ରାଜନୀତି

ନବୀନଙ୍କୁ ଭେଟି ପାରିଲେନି ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, କ୍ଷୋଭ ଜଣାଇ ଛାଡିଲେ ବିଜେଡି

ଭୁବନେଶ୍ବର : ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ ଦଳ ଛାଡିଛନ୍ତି। ବିଜୁ ଜନତା ଦଳର ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ ରାୟ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ ରାୟ।

ଇସ୍ତଫା ପତ୍ରରେ ନବୀନଙ୍କ ଠାରେ ନିଜ କ୍ଷୋଭ ଜଣାଇ ଅରିନ୍ଦମ ଲେଖିଛନ୍ତି ୨୦୦୯ରୁ ସେ ଦଳରେ ରହିଛନ୍ତି। ଦଳ ମଧ୍ୟ ତାଙ୍କୁ ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଦାୟିତ୍ବ ଦେଇଥିଲା। ଏଥି ସହିତ ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ବ ପ୍ରଦାନ କରିଥିଲା। କିନ୍ତୁ ଗତ କିଛି ହେବ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିଲାନାହିଁ। ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରିବା ସହ ସେ ଦଳ ଛାଡିଥିବା ନିଜ ଇସ୍ତଫା ପତ୍ରରେ ଅରିନ୍ଦମ ରାୟ ଲେଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button